अन्नपूर्णा महालिंग 

ସ୍ଵର୍ଗତ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ବସନ୍ତ ମହାମାରି ର ବିଶାଳ କଟକଣା ର ଆବିର୍ଭାବ ଦେଖା ଦେଇଥିଲା । 1971 ରୁ 1975 ମସିହା ପର୍ଯ୍ୟନ୍ତ ବସନ୍ତ ମହାମାରି ର ଆକ୍ରାନ୍ତରେ ସାରା ବିଶ୍ବରେ ହାହାକାର ମାଚି ଯାଇଥିଲା । ମନୁଷ୍ୟ ଜୀବନର କୌଣସି ମୂଲ୍ୟ ନଥିଲା । ଯିଏ ଯୁଆଡେ ଗଲେ ସେଆଡେ ମୃତ୍ୟୁ ହେଉଥିଲା। କେହି କାହା ଘରକୁ ଯାଉ ନ ଥିଲେ। ନିଜ ଘରେ ତାଟି ଦେଇ ରହୁ ଥିଲେ। ଯେତେ ଆବଶ୍ୟକ ହେଲେ ମଧ୍ୟ କେହି କାହାଠାରୁ ଖାଦ୍ୟ ଆଣୁ ନ ଥିଲେ କିମ୍ବା କେହି କାହାକୁ ସ୍ପର୍ଶ ମଧ୍ୟ କରୁ ନଥିଲେ । ବସନ୍ତ ରୋଗରୁ ରକ୍ଷା ପାଇବା ପାଇଁ କେବଳ ଘରୋଇ ଉପଚାର କରୁଥିଲେ । ଘିଅ, ମହୁ, ତୁଲସୀ, ଗୋରୁଚୂନା, ଦହି, ନିମ ପତ୍ର, ହଳଦୀ କୁ ମିଶ୍ରଣ କରି ବଟିକା ପ୍ରସ୍ତୁତ କରି ସେବନ କରୁଥିଲେ। ବସନ୍ତ ଭୂତାଣୁ କୁ ମାରିବା ପାଇଁ ନିଆରେ ଝୁଣା ପକାଇ ତାର ଧୂଆଁ କୁ ମଧ୍ୟ ବ୍ୟବହାର କରୁଥିଲେ। ତଥାପି ବସନ୍ତ ରୋଗର ଆକ୍ରାନ୍ତ ବଢି ଚାଲିଥିଲା। ଦିନ ପରେ ଦିନ ହଜାର ହଜାର ସଂଖ୍ୟା ରେ ଲୋକ ମରୁଥିଲେ। ମୃତ୍ୟୁ ପରେ ସବ ଗୁଡିକୁ ଘୋଷାଡ଼ି ନେଇ ନଦୀ, ନାଳ, ଜଙ୍ଗଲ ରେ ଫିଙ୍ଗି ଦେଉଥିଲେ। ବସନ୍ତ ମହାମାରୀ ର ଲକ୍ଷଣ – ଜ୍ଵର, ଝାଡା, ବାନ୍ତି, ତଣ୍ଟି, ଗୋଡ-ହାତ ବିନ୍ଧା ଓ ଦେହରେ ସହସ୍ର ସଂଖ୍ୟାରେ ହାଡଫୁଟି ଦେଖା ଯାଉଥିଲା। 

ରୋଗ ନ ବ୍ୟାପିବା ପାଇଁ ସରକାର ରୋଗର ଚିହ୍ନଟ ପାଇଁ ଏକ ହଜାର ଟଙ୍କା ପୁରସ୍କାର ର ଘୋଷଣା କରିଥିଲେ। ଏବଂ ପ୍ରତେକ ହସ୍ପିଟାଲ ରେ ବସନ୍ତ ରୋଗ ର ଚିହ୍ନଟ ପାଇଁ ଲିଫଲେଟ ଲଗା ଯାଇଥିଲା। ପରେ ପାରାସିଟାମଲ, କ୍ଲୋରକୁଇନ ଭଳି ଅନେକ ଔଷଧ ମାଗଣା ରେ ସମସ୍ତ ବିଶ୍ଵ ବାସୀଙ୍କୁ ଯୋଗାଇ ଦେଇଥିଲେ । 

ଏହିଭଳି ଭାବେ ସମଗ୍ର ବିଶ୍ବରେ କୋରୋନା ମହାମାରୀ ର ପ୍ରଖର ପ୍ରଭାବ ଦୀର୍ଘ ଦେଢ ବର୍ଷ ହେଲା ରହିଛି। ଏହି ମହାମାରୀ ରୁ ସୁରକ୍ଷା ଓ ଚିକିତ୍ସା ପାଇଁ ଅନେକ ପ୍ରୟାସ ହେଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଔଷଧ ତିଆରି ହୋଇ ପାରି ନାହି। କୋରୋନା ଟୀକା ର ଆବିଷ୍କାର ହୋଇଥିଇଲେ ଭି ଆହୁରି ତା ଉପରେ ଗବେଷଣା ଦରକାର। ଅନ୍ୟପଟେ ଲକଡାଉନ, ଶଟଡାଉନ, ଜନତା କରଫ୍ୟୁ, ନାଇଟ କରଫ୍ୟୁ ଲଗାଇବା ଯୋଗୁଁ ପରିବାର ଚଳିବାରେ ଘୋର ଅସୁବିଧା ଦେଖାଯାଇଛି। ଏଭଳି ଲାଗୁଛି ଯେମିତି କି ସରକାର ର ସମସ୍ତ ତନ୍ତ୍ର ଫେଲ ହୋଇଯାଇଛି। କିନ୍ତୁ କୋରୋନା ର ଅଳରେ ଅନେକ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନିୟମ ଗୁଡିକୁ ବଦଳାଇ ଦିଆଯାଉଛି। 

ଏଠାରେ ଲକ୍ଷ ଲକ୍ଷ ଯୁବ ପୀଢି ବେରୋଜଗାର ହୋଇ ବସିଛନ୍ତି। ଦେଖିବାକୁ ଗଲେ ପେଟ ପୋଷିବା ପାଇଁ ଘରେ ଦାନା ଟିଏ ମଧ୍ୟ ନାହି। କୋରୋନା ପୂର୍ବରୁ ଦେଶ ବିଦେଶର କମ୍ପାନୀ ମାନଙ୍କୁ ଯାଇ ଆମର ମାନନୀୟ ପ୍ରଧାନ ମନ୍ତ୍ରୀ ଭାରତରେ ଇନଭେସ୍ଟ କରିବା ପାଇଁ କହୁଥିଲେ। କିନ୍ତୁ ଏବେ ଏ ମହାମାରୀ ପାଇଁ ସାରା ସାରା ଦେଶରେ ଘରୋଇ କମ୍ପାନୀ କୁ ବନ୍ଦ କରି ଦେଇଛନ୍ତି। 

ଗୋଟିଏ ପଟେ କୋରୋନା ରୋଗରେ ହାହାକାର ସହ କ୍ରନ୍ଦନ ର ଦୃଶ୍ୟ ଦେଖିବାକୁ ମିଳୁଛି ଓ ବହୁ ସଂଖ୍ୟା ରେ ଅକାଳ ମୃତ୍ୟୁ ର ଶୋକ ଛାଯା ବ୍ୟପୁଛି। ଏତେ କଷ୍ଟ ଦେଖିଲା ପରେ ମଧ୍ୟ କୋରୋନା ମହାମାରୀ ପାଇଁ ହୃଦୟ ହୀନ ହେଉଛି ଏଠି ମଣିଷ ସମାଜ। କେହି କାହାରିକୁ ଛୁଇ ପାରୁ ନାହାନ୍ତି। 

ଅନ୍ୟ ପଟେ ଦେଖିବାକୁ ଗଲେ ନିଜକୁ ବଞ୍ଚାଇବା ପାଇଁ ଖାଦ୍ୟ ର ଆବଶ୍ୟକତା। କିନ୍ତୁ ରୋଜଗାର ନ ଥିବାରୁ ଏହି ସମସ୍ୟା ବଢ଼ି ଚାଲିଛି।ଦୋକାନ ବଜାର, ଅଙ୍ଗନୱାଡ଼ି, ସ୍କୁଲ୍ କଲେଜ୍, ବାସ ଟ୍ରେନ, ଗମନାଗମନ ସବୁ ଏକ ଦମ୍ ବନ୍ଦ ରହିଛି। ଘରୁ ପଦାକୁ ଗୋଡ଼ କାଢିଲେ ମସ୍କ, ସାବୁନ, ସନିଟାଇଯାର ଓ ୨ ମିଟର ଦୂରତା ଅବଲମ୍ବନ କରିବାକୁ ପଡୁଛି। ସରକାରଙ୍କ ଘୋଷଣା ରେ କୋରୋନା ଟୀକା କରଣ ବୟସ ଅନୁସାରେ ଦିଆଯାଉଛି। କିଟ୍ ମାଧ୍ୟମରେ କୋରୋନା ଟେଷ୍ଟ କରାଯାଉଛି ଓ ଲକ୍ଷାଧିକ ମାତ୍ରା ରେ କୋରୋନା ପୋଜିଟିବ ଚିହ୍ନଟ ହେଉଛି। କୋରୋନା ଟୀକାକରଣ ପରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଉଛନ୍ତି। 

ଏଠାରେ ଗାଁ ଗଣ୍ଡ ରେ ପ୍ରାୟ ସମସ୍ତଙ୍କ ଘରେ ଜ୍ଵର, ମୁଣ୍ଡବ୍ୟଥା, କାଶ,ନିଃଶ୍ୱାସ ନେବା ରେ କଷ୍ଟ ଓ ଝାଡ଼ା ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳୁଛି। କିନ୍ତୁ ଲୋକେ କୋରୋନା ଟେଷ୍ଟ କରୁ ନାହାନ୍ତି। ଏହି ଅଞ୍ଚଳରେ ଧାରଣା ଅଛି ଯେ ଡାକ୍ତରଖାନା କୁ ଗଲେ ସେମାନେ କୋରୋନା ହୋଇଛି ବୋଲି କୁହନ୍ତି। ତେଣୁ ଲୋକେ ଡାକ୍ତରଖାନା ନ ଯାଇ ଘରେ ଉପଚାର କରୁଛନ୍ତି। ଏଠାରେ ଲୋକ ବିଶ୍ୱାସ କରନ୍ତି ଯେ ଶୁଖିଲା ଝୁଣାର ଧୁଆଁରେ ଦେହଁ କୁ ରଖିଲେ କୋରୋନା ମରିଯାଏ। ଗାଁ ର ବୁଢ଼ା ଲୋକ ମାନେ କହନ୍ତି ଯେ ବସନ୍ତ ଓ କୋରୋନା ପାଖ ପରିବାର ର। ଏହି ମହାମାରୀ କୁ ଡରିବା ଦରକାର ନୁହେଁ। ପ୍ରଠମେଇ ଝୁଣା ଧୂଆଁ ରେ ଆରତୀ ଦେଇ ହସ୍ପିଟାଲ ନେଲେ କୋରୋନା ଠିକ୍ ହୋଇଯାଏ। ଝୁନରେ ଔଷଧୀୟ ଗୁଣ ଅଛି ବୋଲି କୁହାଯାଏ।

ଯାହା ହେଲେ ଭି ଭଲଭାବରେ ଖାଦ୍ୟ ଖାଇ ଓ ଏକ ଅନ୍ୟ ସହ ଦୂରତା ରଖି ନିଜକୁ କୋରୋନା ରୁ ରକ୍ଷା ପାଇ ପାରିବା।


हिंदी अनुवाद:

अन्नपूर्णा का यह लेख कोरोना महामारी की स्थिति के बारे में बताता है। इसके साथ-साथ 1971 से 1975 में हुई चिकन पॉक्स (छोटी चेचक/छोटी माता) महामारी के साथ कोरोना महामारी की तुलना करते हुए, समान स्थिति के बारे में जानकारी साझा करता है। गांव में बुजुर्गों से यह पता चलता है कि चिकन पॉक्स महामारी के समय भी काफ़ी लोग मर रहे थे। संक्रमण के डर से लोग एक दूसरे की मदद भी नहीं करते थे, बीमार लोगों को छूते भी नहीं थे और तो और कोई ज़रूरत होने पर भी एक-दूसरे से खाना/ज़रूरत का सामान नहीं मांगते थे। हर तरफ कई लोग मरते दिख रहे थे। उस समय पर भी, इस बीमारी का इलाज नहीं निकला था। महामारी को नियंत्रण में लाने के लिए, तब की सरकार ने गाँव में चिकन पॉक्स से संक्रमित मरीज़ों को पहचानने और उनके बारे में जानकारी सरकार से साझा करने के लिए ₹1000 का इनाम घोषित किया था। 

वर्तमान में फैली कोरोना महामारी के समय में भी समान प्रकार की स्थिति देखने को मिल रही है। कोरोना की दूसरी लहर बहुत ही जानलेवा साबित हुई है। दिन-ब-दिन मृतकों की संख्या बढ़ती ही जा रही है। डेढ़ साल से चली आ रही लॉकडाउन जैसी स्थिति के कारण, बहुत से लोगों का रोज़गार चला गया है। ऊपर से दुकान-बाज़ार, स्कूल-कॉलेज और यातायात की सभी सुविधाएं बंद होने के कारण रोज़गार ढूंढने में भी लोगों को परेशानियों का सामना करना पड़ रहा है। रोज़गार न होने के कारण लोगों को खाने की समस्याएं भी हो रही हैं। 

दूसरी ओर महामारी के इतनी तेज़ी से फैलने के कारण, इस बार काफ़ी लोग बीमारी की चपेट में आ रहे हैं और हज़ारों की संख्या में रोज़ मौतों की ख़बरें सुनने और देखने को मिल रही है। ओडिशा के गांव में, उम्र के अनुसार लोगों को कोरोना टीका दिया जा रहा है। लेकिन इसके बावजूद लोग बीमार भी पड़ रहे हैं और मर भी रहे हैं। 

यहां गाँव-गाँव में हर परिवार में किसी को बुखार, किसी को सर्दी और किसी को खांसी हो रखी  है। लेकिन लोग टेस्ट कराने के लिए लोग अस्पताल नहीं जा रहे हैं। लोगों को डर है कि टेस्ट कराने से उन्हें कोरोना पॉजिटिव है, ऐसा परिणाम आएगा। टीका लगने के बाद कई लोगों के मरने की खबरें आने की वजह से भी लोग अस्पताल नहीं जाना चाहते हैं। 

लोग बीमारी का उपचार घर में ही कर रहे हैं। यहां लोग विश्वास करते हैं की झुणा (एक जंगल जात द्रव्य) को आग में जलाकर उसका धुआं शरीर में लगने से कोरोना वायरस मर जाता है। ऐसे ही लोग अलग-अलग स्थानीय चीजों से घरेलू उपचार कर रहे हैं। लेकिन लोगों को अस्पताल जाकर भी अपना इलाज करवाना चाहिए। अपना खाना-पीना सही से करना चाहिए। मास्क पहनकर, लोगों से कम से कम 1 मीटर की शारीरिक दूरी बना कर रखनी चाहिए, जिससे कोरोना तेज़ी से ना फैले।

अनुवाद आभार: एमलॉन तिर्की

फीचर्ड फोटो आभार: द इंडियन एक्सप्रेस

Author

  • अन्नपूर्णा, ओडिशा के बलांगीर ज़िले से हैं और सामाजिक परिवर्तन शाला से जुड़ी हैं। वह ज़िन्दाबाद संगठन के साथ जुड़कर स्थानीय मुद्दों पर काम कर रही हैं।

    View all posts

Leave a Reply

Designed with WordPress

Discover more from युवानिया ~ YUVANIYA

Subscribe now to keep reading and get access to the full archive.

Continue reading