ହେମାଙ୍ଗିନୀ ମହାଲିଙ୍ଗ:
(हेमांगिनी महालिंगा):

ଆମେ ପ୍ରତେକ ବର୍ଷ ଜୁନ୍ ମାସ ପାଞ୍ଚ ଦିନସାରା ବିଶ୍ବରେବିଶ୍ବ ପରିବେଶ ଦିବସ ରୂପେ ପାଳନ କରିଥାଉ ।ବିଶ୍ବ ପରିବେଶ ଦିବସ କହିଲେ ଆମେ କ’ଣ ବୋଲି ବୁଝୀଥାଉ। ବିଶ୍ବ କହିଲେ ବିଶାଳ ପରି କହିଲେ ପ୍ରାକୃତିର ସୁନ୍ଦରତା  ବେଶ  କହିଲେ ସୀମା ବା ତାହା ଏକ ଅତୁଳନୀୟ ଦିବସ କହିଲେ ଦିନ ।ଅର୍ଥାତ ସମଗ୍ର ବିଶ୍ବରେ ଏବଂ ଆମ ଚତୁଃପାର୍ଶ୍ବରେ ଘେରି ରହିଥିବା ଜଳ ସ୍ଥଳ ବାୟୁ ଉଦ୍ଭିଦ ଏବଂ  ପ୍ରାଣୀଜଗତ କୁ ବୁଝାଏ। ଏବଂ ପ୍ରତେକ  ଜିନିଷକୁ ନେଇ ଆମ ପରିବେଶ ଗଠିତ ହୋଇଛି। ପରିବେଶର ଏହା ଉତ୍ପାଦନ ଗୁଡିକୁ ପ୍ରକୃତିର ମୁଖ୍ୟ ଅବଦାନ ବା ପ୍ରାଚୀନ ଶାସ୍ତ୍ର ରେ ଏହାକୁ ପାଞ୍ଚ ମହାଭୁତ ବୋଲି ମଧ୍ୟ କୁହାଯାଇଛି। ପ୍ରାକୃତିର ଦାନ ପାଇଁ ଆଜି ଏହିଦିନକୁ ସାରା ବିଶ୍ବରେ ବିଶ୍ବ ପରିବେଶ ଦିବସ ବୋଲି ସମ୍ମାନ ଦିଆ ଯାଉଛି। ଯେଉଁ ପରିବେଶରେ  ଆମେ ଆଜି ବସ ବାସ କରି ଜୀବନ ଜୀବିକା ଉପରେ ନିର୍ଭରଶୀଳ ହୋଇ ବଞ୍ଚିଛେ। ଆମ ପରବେଶ ଆଜି ଛିନ୍ନଭିନ୍ନ ହେବାରେ ଲାଗିଛି ମଣିଷର ଅପବ୍ଯବହାର ଲୋଭଗ୍ରସ୍ଥ ଚିନ୍ତାଧାରା ଓ ଔଦ୍ଧତ୍ୟ ଅତ୍ୟାଚାର ପାଇଁ ଶାନ୍ତ ଓ ଶୀତଳ ପ୍ରାକୃତିକୁ ଅସାନ୍ତ ଓ ପ୍ରଦୂଷଣ କରି ଚାଲିଛି।ଏହି ପ୍ରାକୃତିକୁ ଧ୍ବଂସକରିଛି କେବଳ ଆମର ମାନବ ଜାତି ପରିବେଶର  ଅନୂକୁଳତା ପୃଥିବୀ ଆଦ୍ବିତୀୟ ଗ୍ରହ ରୂପରେ ପରିଚିତ କରୁଥିବ ବେଲେ ଏଇ ବିଶ୍ବବାସୀ  ପରିବେଶକୁ ସୁରକ୍ଷା କରିବା ପାଇଁ ଟିକିଏ ହେଲେ ବିଚାର କରୁନାହିଁ କି ପଛ ଘୁଞ୍ଚା ମଧ୍ୟ ଦେଉନାହିଁ। ବିଭିନ୍ନ ଖଣି ଖୋଦନ ବିଭିନ୍ନ କମ୍ପାନୀ ମାଲିକ କାଠ ମାଫିଆ ମାନଙ୍କ ପାଇଁ ଆଜି ଆମ ପରିବେଶ ନଷ୍ଟ ହେବାକୁ ଯାଉଛି। ଅଂଶୁଘାତ ମହାବାତ୍ୟା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ପ୍ରବଳ ତାପମାତ୍ରା ଯୋଗୁଁ ଆଜି ପରିବେଶର ଅପବ୍ଯବହାର ଦ୍ୱାରା ଏହି ସବୁ ଅଘଟଣୀୟ ଘଟଣା ଘଟୁଛି ।

ଜୀବନ ପ୍ରତି ବିପଦ ପୂର୍ଣ୍ଣ ରୂପ ସାଜିଛି ଜୀବନ ଦାୟକ ବାୟୁମଣ୍ଡଳ ଆଜି ବିଷାକ୍ତ ବାଷ୍ପରେ ପରିପୂର୍ଣ୍ଣ ହେଉଛି । ତେଣୁ ମଣିଷ ତାର ଭିତରେ ଛଟ ପଟ ହେଉଛି ଶୁଦ୍ଧ ଅମ୍ଳଜାନ ଟିକିଏ ପାଇଁ ସେ ବଞ୍ଚିବାର ବାଟ ଖୋଜୁଛି । 

ଗତ ତା5/6/22ରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କର୍ଲାପାଟ ସ୍ଥାନ ପେରମଞି  ଆୟୋଜକ  ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ଦ୍ୱାରା ବିଶ୍ବ ପରିବେଶ ଦିବସ ,କର୍ଲାପାଟ ସୁରକ୍ଷା ସମାବେଶ ବିନା ଗ୍ରାମ ସଭାର ଅନୁମତି ରେ କର୍ଲାପାଟ ରେ ଖଣି ନିଲାମ କରିଛି ସରକାର ଏହାକୁ ବାତିଲ କରି ଖଣ୍ଡୁଆଳ ମାଳିର ସ୍ଥାୟୀ ସୁରକ୍ଷା ଦାବିରେ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନର୍ମଦା ବଞ୍ଚାଓ ଆନ୍ଦୋଳନ ଏନ୍ .ଏ .ପି. ଏମ୍ ର ବରିଷ୍ଠ ଆନ୍ଦୋଳନର ନେତ୍ରୀ ମେଧା ପାଟକର ମୁଖ୍ୟ ବକ୍ତା ପ୍ରଫୁଲ୍ଲ ସାମନ୍ତରା  କୃଷକ ନେତା ଲିଙ୍ଗରାଜ ନିୟମ ଗିରି ସୁରକ୍ଷା ସମିତି ନେତା ଲିଙ୍ଗରାଜ ଆଜାଦ  ଲଢ ଶିଖ୍ ସାହାରା ପାୱାର ବିରୋଧୀ ନେତା ବାଳକୃଷ୍ଣ ଷାଣ୍ଡ   ଦାମୋଦର ବେହେରା  ସି ପି ଆଇ  ନରେନ୍ଦ୍ର ମହାନ୍ତି ଉଦୟ ସିଂ ଠାକୁର ବଲାଙ୍ଗୀର ଜିଲ୍ଲାର  ଜିଂଦାବାଦ ସଂଗଠନ ର ପ୍ରତିଷ୍ଠାତା ଏବଂ ସଂଗଠନର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜି  ସନାତନ ମାଝୀ ଜିଂଦାବାଦ ସଂଗଠନ ର ମହିଲା ନେତ୍ରୀ ସୁଶ୍ରୀ ଅନ୍ନପୂର୍ଣ୍ଣା ମହାଲିଙ୍ଗ  ଆଇନ୍ ଜିବି ସିଦ୍ଧାର୍ଥ ନାୟକ ।ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଜିଂଦାବାଦ ସଂଗଠନ ର ସଭାପତି ଗଙ୍ଗାଧର ମାଝୀ  ଏବଂ  ଓଡିଶାର ଅନେକ ମହାସଗ୍ରାମୀ  ନେତା ମାନେ ତଥା ଏକ ହଜାର ରୁ ଉର୍ଦ୍ଧ   ଅନୁସୂଚିତ ଜନଜାତି ଓ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଉପସ୍ଥିତ ଥିଲେ।ଓଡିଶା ସରକାରଙ୍କୁ  ଚେତାବନୀ ଦେଇଥିଲେ ଖଣି ଖନନ କମ୍ପାନୀ ଗୁଡିକୁ ବାତିଲ କରିବା   ପାଇଁ ।ପରିବେଶ କୁ ବଞ୍ଚାଇବା ପାଇଁ  ଅନୁସୂଚିତ ଜନଜାତି ଓ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ୍ 2006 ଅନୁସାରେ  ସପଥ ନେଇଥିଲେ।ବିଭିନ୍ନ ନାରା ମାଧ୍ୟମରେ  ସ୍ୱରଉତ୍ତଲନ କରିଥିଲେ 

 ଯଥା : ଜାନ ଜାଉ ଜୀବନ ଜାଉ ଜଙ୍ଗଲ ଜମିନ ପାହାଡ ଝରଣା ଆମର ବଞ୍ଚି ଥାଉ  ବୋଲି ଆୱାଜ୍ ଦେଇଥିଲେ ।

 ଗଛ ଟିଏ   ଜୀବନ ଟିଏ
ଜୟ ଭିମ୍ ଜୟ  ସମ୍ବିଧାନ   

एक पेड़ एक जीवन है
जय भीम..! जय संविधान..!

Author

Leave a Reply

Designed with WordPress

Discover more from युवानिया ~ YUVANIYA

Subscribe now to keep reading and get access to the full archive.

Continue reading