ଦାଦନ ଗୀତ (प्रवासी मज़दूर का गीत)

लोचन बरिहा:

ପେଟର୍ ଲାଗି ଯାଉଛୁ ବିଦେଶ ଇଟ ଭାଟାରେ
ଛାଡି ଗାଁ ମାଁ ମାଟି
ବିଦେଶର କଥା ନେଇ ଯାନୁ କିଛି ରେ ଛାଡି ଗାଁ ମାଁ ମାଟି
ଆଁଖିର୍ ପାନି ଆଁଖି ଯଉଛେ ଶୁଖି. ପେଟର ଭୋକ୍ ପେଟେ ଯଉଛେ ମିଶି
ଦିନ୍ ରାତି କବାର୍ ନୈପଡେ ଭୁତି ରେ. ଛାଡି ଗାଁ ମାଁ ମାଟି
ମୁନୁଷ୍ ବଂଜିଆ ବେପାରି
ତାର୍ ଠାନେ ପୁଲିସ ସେଟ୍ ବାବୁ ନେତା ଆର୍ କେତେ ଦାଦାଗିରି
ରେଲ୍ ଗାଡି ଉପର କଥା
ନବେଟା ସିଟ ଥି ନଅଶ ଲୋକ ହୋ ଦେଖି ଘୁରି ଯିବା ମଥା
ନିରବଲିଆ ଲୋକର୍ ଜୀବନ ଯଉଛେ ପଢା ଛୁଆ ପୁତା ମୁରୁଖ ହେଉଛେ
କାହାର ଗୋଡ୍ ଛିଡି କିଏ ଗଲା ପୁଡି ରାଁଡି ହେଇ ମେହେଜି କାନ୍ଦେମୁଡ ପିଟିଲେ
ଛାଡି ଗାଁ ମାଁ ମାଟି
ସେଟ ସର୍ଦ୍ଦାର ମାଲିକ ହଜାରେ ଇଟାକେ ହିସାବ କରିସି ଦୁଇସ ଟଂକା ଥି ଦେଖ
ଯଦି କହେବେ କଥା ସର୍ଦ୍ଦାର କହେସି ମାକାଲାବାଡା ବାପ ରଖା ହୈ ପେସା
କିଏ କଥା ଶୁନି ହେଉଛେ ରୁଗି କିଏ ଡରେ ଦେଖ ଆଏସି ଭାଗି
କଲେ ବଲେ ନେସନ୍ ମାଁ ବହେନର ଇଜତ ଲୁଟି ରେ
ଛାଡି ଗାଁ ମାଁ ମାଟି
ପେଟର୍ ଲାଗି ଯାଉଛୁ ବିଦେଶ ଇଟ ଭାଟିରେ
ଛାଡି ଗାଁ ମାଁ ମାଟି
ଲୋଚନ ବରିହା
ଜିନ୍ଦାବାଦ ସଂଗଠନ ବଲାଙ୍ଗିର ଓଡ଼ିଶା

फीचर्ड फोटो आभार: फ्लिकर

Author

  • लोचन बरिहा / Lochan Bariha

    लोचन, ओडिशा के बलांगीर ज़िले से हैं और सामाजिक परिवर्तन शाला से जुड़ी हैं। वह ज़िन्दाबाद संगठन के साथ जुड़कर स्थानीय मुद्दों पर काम कर रहे हैं।

Leave a Reply