सोनामुनी मुर्मू:

ପହିଲି ପରଶ ବର୍ଷା ରାଣୀର,
ମନରେ ଜାଗି ଉଠିଲା ତୁପ୍ତି ଆନନ୍ଦର।

ବର୍ଷା ର ସ୍ପର୍ଶ ପାଇ ଖୋଲିଲା ଆଖିପତା,
ହସି ଉଠିଲା କେତେ ଯେ ତରୁଲତା ।

ଭରି ଉଠିଲା ଧରଣୀ, ଯେବେ ବରଷିଲା ବର୍ଷା,
ଦୂରେ ଚାଲିଗଲା ତେବେ ଗିର୍ଷମ ର ଉସ୍ମତା ।

ଭରି ଦେଲା ସଭିଙ୍କ ମନରେ ଶିହରଣ ସତେ,
ସବୁଜ ରଂଗ ର ସୁରଷ୍ଟି ହେଲା ଅଜାଣତେ ।

ନଇ ନଦୀ ନାଳ ପୁରି ଉଠିଲା ଜଳରେ,
ଖୁସି ରେ ଚାଷୀ ତିନ୍ତେ ତାର ଚାଷ ଜମି ରେ ।

ଆକାଶ ରେ ଭାସି ଉଠେ କେତେ ଯେ ବାଦଲ,
ଧଳା ରଙ୍ଗ ର ଫୁଟି ଥାଏ କେତେ ଯେ କାଉଷି ଫୁଲ ।

ଖୁସି ରେ ଗାଇ ଉଠିଲେ କେତେ ଜୀବ କରି ଝଂକାର,
ତାହା ସଂଗେ ପୁଣି ନାଚି ଉଠିଲେ ମୟୂର ।

ସାରା ଜଗତେ ଭରି ଉଠିଲା ସବୁଜ ର ରଂଗ,
ମାନବ ମନରେ ଖେଳି ଗଲା ଖୁସି ର ତରଂଗ ।

फीचर्ड फोटो आभार: pinterest

Author

Leave a Reply

Designed with WordPress

Discover more from युवानिया ~ YUVANIYA

Subscribe now to keep reading and get access to the full archive.

Continue reading