Site icon युवानिया ~ YUVANIYA

ଆଜିର ବ୍ୟବସ୍ଥା ରାଜ୍ଯ ର ଅବସ୍ଥା शोषण को स्वीकार करके दुखी और गरीब होगा खेतिहर मजदूर : ओड़िया कविता

ମନ ସିଂ ମୁର୍ମୁ (मान सिंह मुर्मु):

ଆଜିର ବ୍ୟବସ୍ଥା

               ରାଜ୍ୟର ଅବସ୍ଥା

ନେତା ମନ୍ତ୍ରୀଙ୍କ ସକାଶେ ।

                ନିଜେ ବ୍ୟବସ୍ଥାରେ ବସି ଗଢିଲେ ନୀତି

ପୁଣି କରୁଛନ୍ତି ବ୍ୟବସ୍ଥାରେ ଅନୀତି

                 ଜନ ଆନ୍ଦୋଳନକୁ ଦେଲେ ଦେଶ ଦ୍ରୋହୀ ।

ଖାଇ ଗଲେ ନେତା ମନ୍ତ୍ରୀ ଠକ ଚାମଚା ଦେଶ ହେଲା ଖୋଳ

                 ଗରିବ ଚାଷି ଶ୍ରମିକଙ୍କ ଗଲା ତାଙ୍କର ସବୁ ବଳ 

ପର ସୁଖ ପାଇଁ ନିଜେଖଟିଲେ ସାଜିଲେ ଚାକର ପଣ ।

       ସବୁଠାରେ ଠକାମୀ

                        ଚାଷି ଶ୍ରମିକ ହେବେ ଅକାମୀ 

ରୋଜଗାର ନପାଇ ବେ ରୋଜଗାର ସାଜିବେ ।

  ଦେଶରେ ଉଡ଼େ ଶାନ୍ତିର ବାନା

                       ଏଠି ନାହିଁ କାହା ପାଇଁ ଦାନା କନା

ଚାଖଣ୍ଡେ ପେଟ ପାଇଁ ଚାଲେ ସନ୍ତାନ ବିକ୍ରି । 

   ଏଇ ଦେଶ ର ସ୍ୱାଧୀନ

                     ପୁଣି ବୁଝନ୍ତି ଦେଶ ପରାଧିନ 

ହାକିମ ନିକଟେ କଥା କହିବାକୁ ଲାଗେ ତ ଡର ।

     ଯିବି ମୁଁ ହାକିମ ନିକଟକୁ

                        କେତେ କଥା କହିବେ ମୋ କାନକୁ 

କାଳେ ମୋତେ ମାଗିବେ ବାଟି ଗଣୀ ।

  ପ୍ରତ୍ୟେକ ସରକାର କାଗଜ ପତ୍ର ରେ

                          ମୁଁ ଦିଏ ବାଟି ଗଣୀ ଗଣୀକାରେ 

 ମୋ ପେଟେ ନାହିଁ ଦାନା ପୋଶୁଛି ହାକିମ ବାବୁ କୁ ।

    ଏତ ବସି ଖିଆ ବାବୁ

                    ସମସ୍ତେ ହେଉଥିବେ କାବୁ

 ସାଜିଲା ବ୍ୟବସ୍ଥା ଟଙ୍କା ବାଲା ବାବୁ ।

ଟଙ୍କା ବାଲା ବାବୁ କହନ୍ତି

                   ଚାଷି ଶ୍ରମିକ ଜାକି ଯୋକା ହୋଇ ସହନ୍ତି

ପୁଣି ଉତ୍ସାହ କରନ୍ତି ତୁମେ ଗୁରୁ ଭକ୍ତି ।

ହେବେ ଆସିବେ ବାବୁ ଗାଁ କୁ

                      ଦେଖିବେ ବାଡ଼ି ବଗିଚାରେ ପନିପରିବାକୁ

 ତେବେ ମାଗିବେ ଗଞା କୁକୁଡ଼ା ସବୁ ।

ବସି ଖିଆ ମାଗିଖିଆ ବାବୁ ମାନଙ୍କୁ

                          ଫେରେଇବା ଏକଥା ତାଙ୍କୁ

ମା ଗୁଛ କାହିଁକି ଆମ୍ଭ ମାନଙ୍କୁ ।

ଉତ୍ତର ନଦେଲେ ଉଠେଇବା ସ୍ୱର

                    ଜାଣିବେ ସେତେବେଳେ ଆମ୍ଭ ମାନଙ୍କର

ପରେ ଦେଖେଇବା ଆମ ଏକତାର ବଳ ।

    ଯଦି ଉଠେଇବା ସ୍ୱର

                       ପିଠିରେ ବାଜିବ ଲାଠି ପାହାର

ତେବେ ଯିବାକୁ ହେବ କୋଟ୍ କଚେରୀ ।

କୋଟ୍ କଚେରୀ ରେ ନେବେ ଟଙ୍କା ଗଣୀ

                   ନ୍ୟାୟକୁ କେମିତି କରିବେ କିଣି

ଚାଷି ଶ୍ରମିକ ଦୁଃଖି ଦରିଦ୍ର ହେବେ ଶୋଷଣର ସ୍ବୀକାର ।

                 ଏହି ରାଜନୀତି ବ୍ୟବସ୍ଥା ଏମିତି ଛନ୍ଦରେ ଛନ୍ଦି ହୋଇଛି ଯେ ଗରିବଙ୍କ ଜୀବନ ବିତେଇବା

       ବହୁତ କଷ୍ଟ କର । ଚାଷି ଶ୍ରମିକ ଦୁଃଖି ଦରିଦ୍ର ମଣିଷ ଯେ କୌଣସି ଜିନିଷ କିଣେ ବା କାମ କରେ 

       ସବୁଥିରେ ହୋଇଥାନ୍ତି ଶୋଷଣରେ ସ୍ବୀକାର । ଏହା ଆମ ଦେଶର ବ୍ୟବସ୍ଥା ।

Author

  • मान सिंह मुर्मु ढेंकानाल ओड़ीशा से हैं और संथाल आदिवासी समुदाय से आते हैं। मान सिंह, ओडिशा के मयूरभंज जिले के सिमलीपाल इलाके में आदिवासियों के विस्थापन के खिलाफ संघर्षरत हैं और सिमलीपाल आदिवासी संघर्ष मंच संगठन से जुड़े हुए हैं।

    View all posts
Exit mobile version