Site icon युवानिया ~ YUVANIYA

ଜୱାଦ ଦେଲା ଚାଷୀ କେ ଦୁଖ୍

रोहित बाग:

ସୁନା ରଗେଂ ରଗେଂଇ ହେଇ କେତେ ସୁନ୍ଦର ଦିସୁଥିଲା କ୍ଷେତ
ଦେଖି କରି ଚାଷୀ ଭାଇର ପୁରି ଯାଉଥିଲା ପେଟ୍
ଆରୁ କେତେ ଦିନ୍ ଗଲେ ହେଇ ଥୀତା ଧନ୍ କଟା
ଆରାମ୍ ସେ ଖାଇଥିତା ଚାଷୀ ଗୁଟା ବରଷ୍ ଟା।।
କେନେ ଥିଲା ଜୱାଦ ଏଲା ରପ୍ ଟି
ଖାଏଲା ଭାତେ ଚାଷୀ ର୍ ଦେଲା ଧୁଇଲ୍ ଝିଟି
ଭାଗିଂଗଲା ଘର୍ ଦୁଆର୍ କ୍ଷେତ ଉପରେ ପେନ୍ ଗଲା ବୁହି
ପାଚିଲା ଦାନ୍ ପେନ୍ ଭତରେ ବୁଡି ସବୁ ଗଲା କୁହି।।
ଦେଖି କରି ଚାଷୀର୍ ବୁଡି ଗଲା ଚେତା
କାନ୍ଦି କାନ୍ଦି କହୁଛେ କାଏଁଯେ ଏତେ ଦୁଃଖ ଦେଲୁରେ ବିଧାତା
କାଣା ଖାଇକରି ଜୀବନ୍ ରଖ୍ ବେ ଛୁଆପିଲା
ଜନମ୍ ରୁ ମରନ୍ ତକ୍ ଚାଷୀର୍ ଦୁଖ୍ ନାଇ ଗଲା।।

Author

Exit mobile version