Site icon युवानिया ~ YUVANIYA

ଆଦିବାସୀ ସମାଜ ରୁ ଶିକ୍ଷା ବା ପ୍ରେରଣା (Learnings fromTribal Community)

Prafulla Kumar Mishra:

ଆଦିବାସୀ ସମାଜ ପ୍ରକୃତି ସହିତ ଅତି ନିବିଡ଼ ଭାବରେ ଜଡିତ ଯାହା ଆଧୁନିକ ମଣିଷ ସମାଜ ପାଇଁ ଅନେକ ପ୍ରେରଣା ଯୋଗାଏ । ସେମାନଙ୍କ ଜୀବନଶୈଳୀ, ପରମ୍ପରା ଏବଂ ଜ୍ଞାନକୌଶଳ ର ଶିକ୍ଷା, ପ୍ରକୃତିରୁ ହିଁ ମିଳିଥାଏ । ସେମାନଙ୍କ ପ୍ରାକୃତିକ ଶିକ୍ଷା ବ୍ୟବସ୍ଥା ଆଧୁନିକ ସମାଜରେ ଅନେକ ଗୁରୁତ୍ୱପୂର୍ଣ୍ଣ ବହନ କରେ ।

ପ୍ରକୃତି ସହିତ ସମ୍ପର୍କ (Relationship with Nature): ଆଦିବାସୀମାନେ ପ୍ରକୃତିକୁ ନିଜର ମାତା ଭାବରେ ପୂଜା କରିଥାନ୍ତି । ସେମାନେ ଜଙ୍ଗଲ, ପାହାଡ଼, ନଦୀ, ଏବଂ ପଶୁପକ୍ଷୀଙ୍କ ସହିତ ଏକ ସାମଞ୍ଜସ୍ୟପୂର୍ଣ୍ଣ ଜୀବନ ବିତାନ୍ତି । ସେମାନଙ୍କର ଶିକ୍ଷା ପ୍ରକୃତିରୁ ହିଁ ଆରମ୍ଭ ହୁଏ । ପିଲାମାନେ ଛୋଟବେଳୁ ଗଛଲତା, ଔଷଧୀୟ ଗୁଣ, ପଶୁପକ୍ଷୀଙ୍କ ଆଚରଣ, ପାଣିପାଗ ପରିବର୍ତ୍ତନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିଥାନ୍ତି । ଏହା ସେମାନଙ୍କୁ ପ୍ରକୃତିକୁ ସୁରକ୍ଷା ଦେବା ଏବଂ ଏହାର ସନ୍ତୁଳନ ବଜାୟ ରଖିବା ଶିକ୍ଷା ଦେଇଥାଏ ।

ବ୍ୟବହାରିକ ଶିକ୍ଷା (Behavioural Education): ଆଦିବାସୀ ସମାଜ କେବଳ ପୁସ୍ତକଗତ ଜ୍ଞାନ ବା ଶିକ୍ଷା ଉପରେ ଆଧାରିତ ନୁହେଁ, ବରଂ ଏହା ବ୍ୟବହାରିକ ଜ୍ଞାନ ଉପରେ ପର୍ଯ୍ୟବେଶିତ। ପିଲାମାନେ ନିଜ ପରିବାର ଏବଂ ସମ୍ପ୍ରଦାୟର ବଡ଼ମାନଙ୍କଠାରୁ ଶିକାର କରିବା, ମାଛ ଧରିବା, ଚାଷ କରିବା, ବିଭିନ୍ନ ଉପକରଣ ତିଆରି କରିବା, ହସ୍ତଶିଳ୍ପ କଳା, କାରିଗରୀ, କୌଶଳ, ଘର ଓ କୃଷି ଉପକରଣ ତିଆରି କରିବା ଇତ୍ୟାଦିର ଶୈଳୀ ଶିଖିଥାନ୍ତି । ଏହି ଶିକ୍ଷା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଏବଂ ଜୀବନରେ ଆସୁଥିବା ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିଥାଏ ।

ସାମୂହିକ ଶିକ୍ଷା ଏବଂ ମୂଲ୍ୟବୋଧ (Collectiveness & Values): ଆଦିବାସୀ ସମାଜରେ ଶିକ୍ଷା କେବଳ ବ୍ୟକ୍ତିଗତ ନୁହେଁ, ବରଂ ଏହା ଏକ ସାମୂହିକ ପ୍ରକ୍ରିୟା । ପିଲାମାନେ ଗୀତ, ନାଚ, କାହାଣୀ ଏବଂ ପରମ୍ପରା ମାଧ୍ୟମରେ ନିଜ ସଂସ୍କୃତି ଏବଂ ମୂଲ୍ୟବୋଧ ବିଷୟରେ ଶିକ୍ଷା ଲାଭ କରିଥାନ୍ତି । ସେମାନଙ୍କୁ ସମାଜରେ ମିଳିମିଶି ରହିବା, ପରସ୍ପରକୁ ସାହାଯ୍ୟ କରିବା, ବଡ଼ମାନଙ୍କୁ ସମ୍ମାନ ଦେବା ଏବଂ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଶିକ୍ଷା ଦେଇଥାଏ ।

ନୀତିଶିକ୍ଷା ଏଵଂ ଜୀବନ (Moral education & life) : ଜୀବନକୁ ସରଳ, ସୁନ୍ଦର ଓ ସାବଳୀଳ ଭାବରେ ଗଢ଼ିବା ପାଇଁ ନୀତିଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ ପଥ ରେ ଚାଲିବାକୁ, ଭଲ ମଣିଷ ହେବାକୁ ଏବଂ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବାକୁ, ସାହସୀ ହେବାକୁ ଆଦିବାସୀ ସମାଜ ପ୍ରେରଣା ଦିଏ । ଆଦିବାସୀ ସମାଜ ପ୍ରାକୃତିକ ପରିବେଶ ସହିତ ଅତି ନିବିଡ଼ ଭାବେ ଜଡ଼ିତ, ସେମାନଙ୍କର ନିଜସ୍ୱ ନୀତିଶିକ୍ଷା ଏବଂ ମୂଲ୍ୟବୋଧ ଅତ୍ୟନ୍ତ ପ୍ରେରଣାଦାୟକ ।

ଆଦିବାସୀ ସମାଜର ନୀତିଶିକ୍ଷା ଓ ମୂଲ୍ୟବୋଧ (Moral learning & Values from tribal society): ଆଦିବାସୀମାନେ ପ୍ରକୃତିକୁ ନିଜ ମାଆ ଭଳି ପୂଜା କରନ୍ତି । ସେମାନେ ପ୍ରକୃତିର ପ୍ରତ୍ୟେକ ଉପାଦାନ – ନଦୀ, ପାହାଡ଼, ଜଙ୍ଗଲ, ପଶୁପକ୍ଷୀ – ସହିତ ଏକ ଆଧ୍ୟାତ୍ମିକ ସମ୍ବନ୍ଧ ଅନୁଭବ କରନ୍ତି । ଏସବୁ କୁ ଦେବତା ବା ଦେବୀ ର ପ୍ରତୀକ ସ୍ଵରୂପ ମାନୁଥିବାରୁ ଏହାକୁ ନଷ୍ଟ କରିବାକୁ ଦିଅନ୍ତି ନାହିଁ। ଏହି ସମ୍ପର୍କ ସେମାନଙ୍କ ଜୀବନଶୈଳୀ ଏବଂ ନୀତିଶିକ୍ଷାକୁ ରୂପ ଦିଏ ।

ପ୍ରକୃତି ସହ ସହବସ୍ଥାନ (Coexistence with Nature): ଆଦିବାସୀମାନେ ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଅନ୍ତି । ସେମାନେ ଜଙ୍ଗଲରୁ କେବଳ ସେତିକି ସମ୍ବଳ ଗ୍ରହଣ କରନ୍ତି, ଯାହା ସେମାନଙ୍କର  ଆବଶ୍ୟକ । ଅନାବଶ୍ୟକ ଉପଭୋଗ ବା ସମ୍ବଳର ଅପବ୍ୟବହାର ସେମାନଙ୍କ ସଂସ୍କୃତିରେ ନାହିଁ । ଏହା ପୃଥିବୀର ସମ୍ବଳକୁ ସୁରକ୍ଷିତ ରଖିବା ପାଇଁ ଶିକ୍ଷା ଦିଏ ।

ସାମୁହିକତା ଓ ସହଯୋଗ (Collectiveness & Cooperation): ଆଦିବାସୀ ସମାଜରେ ସାମୁହିକତା ଏକ ମୂଳଦୁଆ । ସମସ୍ତେ ମିଳିମିଶି କାମ କରନ୍ତି, ପରସ୍ପରକୁ ସାହାଯ୍ୟ ସହଯୋଗ କରନ୍ତି । ପୂଜା, ପାର୍ବଣ, ମେଳା ଉତ୍ସବ ରେ ଦେଖିବାକୁ ମିଳେ। ଜଣକର ଦୁଃଖରେ ସମସ୍ତେ ସହଭାଗୀ ହୁଅନ୍ତି ଏବଂ ଖୁସିରେ ମଧ୍ୟ ସାମିଲ ହୁଅନ୍ତି । ସହଯୋଗ ମନୋଭାବ ସେମାନଙ୍କୁ ଦୃଢ଼ କରି ରଖି ଥାଏ । ଏହା ଆଧୁନିକ ସମାଜକୁ ଏକତାର ଶିକ୍ଷା ଦିଏ ।

ସରଳ ଜୀବନଯାପନ (Simple living): ଆଦିବାସୀମାନେ ସରଳ ଜୀବନଯାପନ କରନ୍ତି । ଭୋଗବିଳାସ ପଛରେ ନ ଗୋଡ଼ାଇ ନିଜର ମୌଳିକ ଆବଶ୍ୟକତା ପୂରଣ କରି ସନ୍ତୁଷ୍ଟ ରୁହନ୍ତି । ସେମାନଙ୍କର ଏହି ସରଳତା ଆମକୁ ଆତ୍ମସନ୍ତୋଷ ଏବଂ ଲୋଭରୁ ଦୂରେଇ ରହିବା ପାଇଁ ପ୍ରେରିତ କରେ ।

ସତ୍ୟନିଷ୍ଠା, ନିରହଙ୍କାରି ଓ ସଚ୍ଚୋଟ: ଆଦିବାସୀ ସମାଜରେ ସତ୍ୟନିଷ୍ଠା ଏବଂ ସଚ୍ଚୋଟତା କୁ ଅଧିକ ମହତ୍ତ୍ୱ ଦିଆଯାଏ । ସେମାନେ ନିଜ ପ୍ରତିଜ୍ଞା ପାଳନ କରନ୍ତି ଏବଂ ବିଶ୍ୱାସର ସହିତ ଜୀବନ ବିତାନ୍ତି । ମିଛ କହିବା ବା ଠକିବାକୁ ସେମାନେ ପାପ ବୋଲି ଭାବନ୍ତି । ସେମାନଙ୍କ ମନରେ ଅହଂକାର ନଥାଏ।

ପ୍ରାକୃତିକ ଖାଦ୍ୟ ଓ ଜୈବିକ କୃଷି (Natural food & Organic Farming): ଆଦିବାସୀ ସମାଜ ର ସଂଖ୍ୟାଧିକ ଲୋକ ନୀରୋଗ ଜୀବନ ଯାପନ କରନ୍ତି। ତାର ଅସଲ କାରଣ ପ୍ରାକୃତିକ ଖାଦ୍ୟ। ଜୈବିକ କୃଷି ଆପଣେଇ ଖାଦ୍ୟ ଶସ୍ୟ ଉତ୍ପାଦନ କରନ୍ତି ଓ ଜଙ୍ଗଲ ରୁ ଅଣଚାଷ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ସେମାନଙ୍କ ଚାଷ ପ୍ରଣାଳୀ ରସାୟନ ସାର ଓ କୀଟନାଶକ ଠାରୁ ବହୁ ଦୂରରେ। ଏହି ଜୀବନ ଶୈଳୀ ଶିକ୍ଷା ଦିଏ ଯେ ମଣିଷ ପ୍ରକୃତି ର ଯେତେ ନିକଟତର ହେବ ସେତେ ନିରୋଗ ରହିବ।

ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଓ ପରମ୍ପରା ପାଳନ (Respect to Ancestors & Celebration of culture): ଆଦିବାସୀ ସମାଜ ନିଜର ପୂର୍ବପୁରୁଷ ଏବଂ ପରମ୍ପରାକୁ ଅତ୍ୟନ୍ତ ସମ୍ମାନ କରନ୍ତି । ପୁରୁଣା ରୀତିନୀତି, କଳା, ଭାଷା, ସଙ୍ଗୀତ ଏବଂ ନୃତ୍ୟକୁ ସାଇତି ରଖନ୍ତି । ଏହା ଆମକୁ ଆମ ସଂସ୍କୃତି ଓ ମୂଳକୁ ନ ଭୁଲିବା ପାଇଁ ଶିକ୍ଷା ଦିଏ ।

ଆଧୁନିକ ସମାଜ ପାଇଁ ପ୍ରେରଣାର ଉତ୍ସ (Source of Inspiration): ଆଦିବାସୀମାନଙ୍କ ଏହି ପ୍ରାକୃତିକ ଶିକ୍ଷା ପ୍ରଣାଳୀ ଆଧୁନିକ ସମାଜ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ଯୋଗାଇଥାଏ:

ଯଥା –

ଆଦିବାସୀମାନଙ୍କ ଶିକ୍ଷା ପ୍ରକୃତିର ଏକ ଅମୂଲ୍ୟ ଅବଦାନ, ଯାହା କେବଳ ସେମାନଙ୍କ ସମାଜକୁ ନୁହେଁ, ବରଂ ସମଗ୍ର ମାନବ ସମାଜକୁ ଏକ ସୁସ୍ଥ, ସୁନ୍ଦର ଏବଂ ସାମଞ୍ଜସ୍ୟପୂର୍ଣ୍ଣ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇଥାଏ ।

ଆଦିବାସୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା: ଆଧୁନିକ ସମୟରେ ଆଦିବାସୀ ସମ୍ପ୍ରଦାୟ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ଯଥା – ଜଙ୍ଗଲ, ଜମି ହରାଇବା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅଭାବ, ଏବଂ ସାଂସ୍କୃତିକ ପରିବର୍ତ୍ତନ । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଓ ବିଭିନ୍ନ ସଂଗଠନ ପଦକ୍ଷେପ ନେଉଛନ୍ତି । ତେବେ, ଏହି ପ୍ରକ୍ରିୟାରେ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ । ସେମାନଙ୍କର ଜ୍ଞାନ ଏବଂ ପ୍ରକୃତି ସହ ଜଡ଼ିତ ନୀତିଶିକ୍ଷା ସମଗ୍ର ମାନବ ସମାଜ ପାଇଁ ପ୍ରେରଣା ଉତ୍ସ ହୋଇପାରେ ।

ଆଦିବାସୀ ସମାଜର ନୀତିଶିକ୍ଷା କେବଳ ସେମାନଙ୍କ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଆଲୋକବର୍ତ୍ତିକା ସଦୃଶ । ଏହା ଆମକୁ ପ୍ରକୃତି ପ୍ରତି ଶ୍ରଦ୍ଧା, ସାମୁହିକ ଜୀବନ ମହତ୍ତ୍ୱ ଏବଂ ସରଳତା ମାଧ୍ୟମରେ ସୁଖ ଖୋଜିବା ପାଇଁ ଶିକ୍ଷା ଦେଇଥାଏ ।

आदिवासी समाज से सीख और प्रेरणा (Learnings from Tribal Community)

आदिवासी समाज से शिक्षा या प्रेरणा (आदिवासी समुदाय से सीख): आदिवासी समाज प्रकृति से अत्यंत घनिष्ठ रूप से जुड़ा हुआ है, जो आधुनिक मानव समाज के लिए अनेक प्रेरणाएँ प्रदान करता है। उनकी जीवनशैली, परंपराएँ और ज्ञान-कौशल प्रकृति से ही प्राप्त होते हैं। उनकी प्राकृतिक शिक्षा-प्रणाली आधुनिक समाज के लिए अत्यंत महत्वपूर्ण है।

प्रकृति के साथ संबंध (Relationship with Nature): आदिवासी लोग प्रकृति को अपनी माता के रूप में पूजते हैं। वे जंगल, पहाड़, नदियाँ तथा पशु-पक्षियों के साथ सामंजस्यपूर्ण जीवन जीते हैं। उनकी शिक्षा की शुरुआत प्रकृति से ही होती है। बच्चे बचपन से ही पेड़-पौधों, औषधीय गुणों, पशु-पक्षियों के व्यवहार तथा मौसम परिवर्तन से संबंधित ज्ञान प्राप्त करते हैं। इससे उन्हें प्रकृति की रक्षा करने और उसके संतुलन को बनाए रखने की सीख मिलती है।

व्यवहारिक शिक्षा (Behavioral Education): आदिवासी समाज केवल पुस्तकीय ज्ञान पर आधारित नहीं है, बल्कि व्यवहारिक ज्ञान पर केंद्रित है। बच्चे अपने परिवार और समुदाय के बुजुर्गों से शिकार करना, मछली पकड़ना, खेती करना, विभिन्न उपकरण बनाना, हस्तशिल्प, कारीगरी तथा घरेलू व कृषि उपकरण तैयार करना सीखते हैं। यह शिक्षा उन्हें आत्मनिर्भर बनाती है और जीवन की चुनौतियों का सामना करने के लिए तैयार करती है।

सामूहिक शिक्षा और मूल्यबोध (Collectiveness & Values): आदिवासी समाज में शिक्षा केवल व्यक्तिगत नहीं, बल्कि सामूहिक प्रक्रिया है। गीत, नृत्य, कहानियों और परंपराओं के माध्यम से बच्चे अपनी संस्कृति और मूल्यों को सीखते हैं। उन्हें मिल-जुलकर रहने, एक-दूसरे की सहायता करने, बुजुर्गों का सम्मान करने और प्रकृति की रक्षा करने की शिक्षा दी जाती है।

नैतिक शिक्षा और जीवन (Moral Education & Life): जीवन को सरल, सुंदर और सहज बनाने के लिए नैतिक शिक्षा अत्यंत आवश्यक है। सत्य के मार्ग पर चलना, अच्छा इंसान बनना, समाज में अनुशासित जीवन जीना और साहसी होना—इन सबके लिए आदिवासी समाज प्रेरणा देता है। प्रकृति से गहराई से जुड़े होने के कारण उनकी नैतिक शिक्षा और मूल्यबोध अत्यंत प्रेरणादायक हैं।

आदिवासी समाज की नैतिक शिक्षा और मूल्य (Moral Learning & Values): आदिवासी लोग प्रकृति को माँ की तरह पूजते हैं। वे नदी, पहाड़, जंगल और पशु-पक्षियों को देवता या देवी का प्रतीक मानते हैं, इसलिए उन्हें नष्ट नहीं करते। यह आध्यात्मिक संबंध उनकी जीवनशैली और नैतिक मूल्यों को आकार देता है।

प्रकृति के साथ सह-अस्तित्व (Coexistence with Nature): आदिवासी प्रकृति के संतुलन को बनाए रखने पर जोर देते हैं। वे जंगल से उतना ही लेते हैं जितनी आवश्यकता हो। अनावश्यक उपभोग और संसाधनों का दुरुपयोग उनकी संस्कृति में नहीं है। यह पृथ्वी के संसाधनों की रक्षा की शिक्षा देता है।

सामूहिकता और सहयोग (Collectiveness & Cooperation): आदिवासी समाज में सामूहिकता एक मूल आधार है। सभी मिल-जुलकर काम करते हैं और एक-दूसरे की सहायता करते हैं। पूजा, पर्व और मेलों में यह स्पष्ट दिखाई देता है। दुख में सभी सहभागी होते हैं और खुशी में भी साथ रहते हैं। यह सहयोग भावना आधुनिक समाज को एकता का संदेश देती है।

सरल जीवन-यापन (Simple Living): आदिवासी सरल जीवन जीते हैं। वे भोग-विलास के पीछे नहीं भागते और अपनी मूल आवश्यकताओं में संतुष्ट रहते हैं। उनकी यह सादगी आत्मसंतोष और लोभ से दूर रहने की प्रेरणा देती है।

सत्यनिष्ठा, निरहंकारिता और ईमानदारी: आदिवासी समाज में सत्यनिष्ठा और ईमानदारी को विशेष महत्व दिया जाता है। वे वचन का पालन करते हैं और विश्वास के साथ जीवन जीते हैं। झूठ बोलना या धोखा देना पाप माना जाता है। उनके मन में अहंकार नहीं होता।

प्राकृतिक भोजन और जैविक खेती (Natural Food & Organic Farming): आदिवासी समाज के अधिकांश लोग स्वस्थ जीवन जीते हैं, जिसका मुख्य कारण प्राकृतिक भोजन है। वे जैविक खेती अपनाते हैं और जंगल से प्राकृतिक संसाधन एकत्र कर जीवनयापन करते हैं। उनकी खेती रासायनिक खाद और कीटनाशकों से दूर होती है। यह जीवनशैली सिखाती है कि मनुष्य जितना प्रकृति के करीब रहेगा, उतना ही स्वस्थ रहेगा।

पूर्वजों का सम्मान और परंपरा का संरक्षण (Respect to Ancestors & Celebration of Culture): आदिवासी समाज अपने पूर्वजों और परंपराओं का अत्यंत सम्मान करता है। वे पुरानी रीति-रिवाज, कला, भाषा, संगीत और नृत्य को संजोकर रखते हैं। यह हमें अपनी संस्कृति और जड़ों को न भूलने की शिक्षा देता है।

आधुनिक समाज के लिए प्रेरणा का स्रोत (Source of Inspiration): आदिवासियों की यह प्राकृतिक शिक्षा-प्रणाली आधुनिक समाज के लिए कई महत्वपूर्ण प्रेरणाएँ देती है, जैसे—

आदिवासियों की शिक्षा प्रकृति की एक अमूल्य देन है, जो न केवल उनके समाज को, बल्कि पूरे मानव समाज को स्वस्थ, सुंदर और सामंजस्यपूर्ण जीवनशैली की प्रेरणा देती है।

आदिवासियों को समाज की मुख्यधारा में शामिल करना:

आधुनिक समय में आदिवासी समुदाय जंगल और भूमि की हानि, शिक्षा व स्वास्थ्य सेवाओं की कमी तथा सांस्कृतिक बदलाव जैसी चुनौतियों का सामना कर रहा है। सरकार और विभिन्न संगठन उन्हें मुख्यधारा में लाने के प्रयास कर रहे हैं, परंतु इस प्रक्रिया में उनकी संस्कृति और परंपराओं का सम्मान अत्यंत आवश्यक है। उनका ज्ञान और प्रकृति से जुड़ी नैतिक शिक्षा समस्त मानव समाज के लिए प्रेरणा का स्रोत बन सकती है।

आदिवासी समाज की नैतिक शिक्षा केवल उनके लिए नहीं, बल्कि संपूर्ण मानव जाति के लिए एक प्रकाश-स्तंभ के समान है। यह हमें प्रकृति के प्रति श्रद्धा, सामूहिक जीवन के महत्व और सरलता के माध्यम से सुख खोजने की शिक्षा देती है।

Author

  • प्रफुल्ला, ओडिशा के नयागढ़ ज़िले से हैं और सामाजिक परिवर्तन शाला से जुड़े हैं। वह संचार संगठन के साथ जुड़कर वहां के आदिवासियों के बीच स्थानीय मुद्दों पर काम कर रहे हैं।

    View all posts
Exit mobile version