ଜିତେନ୍ଦ୍ର ମ ji ୍ଜି (जितेंद्र मांझी):

କୋଭିଡ-୧୯ ମହାମାରୀ ଯୋଗୁ ସମାଜ ରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂରାଜୀ ଭାଷାରେ “ନ୍ୟୁ ନର୍ମାଲ” କୁହା ଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ, ଆଦି ପ୍ରତି କ୍ଷେତ୍ର ଏହା ଦ୍ଵାରା ପ୍ରଭାବିତ ହୋଇଛି। ତେଣୁ ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ସମସ୍ତଙ୍କୁ ଚଳିବାକୁ ପଡୁଛି। ଏହି ପରିପ୍ରକ୍ଷୀରେ ଶିକ୍ଷା ଏକ ଏମିତି କ୍ଷେତ୍ର ବା ମୌଳିକ ଭି୍ତିଭୂମି ଯାହା ସହିତ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜଡ଼ିତ। ବର୍ତ୍ତମାନ ଏଥିରେ ଯେଉଁ ନୂଆ ପରୀକ୍ଷଣ ଲକ୍ଷ୍ୟ କରାଯାଇଛି, ତନ୍ମଧ୍ୟରୁ ଅନଲାଇନ୍ ଶିକ୍ଷା ଏକ ଗୁରୁତବପୂର୍ଣ୍ଣ ବିଷୟ ଅଟେ।

ତେବେ ଆମ ଦେଶ ଭାରତ ଭଳି ଏକ ବିପୁଳ ଜନବହୁଳ ଦେଶ ପାଇଁ ଅନଲାଇନ୍ ଶିକ୍ଷା ଏକ କଷ୍ଟ ସାଧ୍ୟ ବ୍ୟାପାର। ଏହାର ଭୌୋଳିକ ସ୍ଥିତି, ସବୁ ଅଞ୍ଚଳରେ ବିଦ୍ୟୁତଶକ୍ତି ଉପଲବ୍ଧ ନ ହେବା, ଯଦି ବି ବିଦ୍ୟୁତ ଶକ୍ତି ମିଳି ପାରୁଛି ତେବେ ସବୁ ସମୟରେ ଉପଲବ୍ଧ ନ ରହିବା,  ସବୁ ଅଞ୍ଚଳ କୁ ସଡ଼କ ପରିବହନର ସୁବିଧା ନ ହେବା, ନେଟୱର୍କ ତଥା ଇଣ୍ଟରନେଟର ସୁବିଧା ନ ହେବା, ଆଉ ଯଦି ବି ନେଟୱର୍କର ସୁବିଧା ଅଛି ତେବେ ତାହା ଠିକ ଭାବରେ କାମ ନ କରିବା, ତଥା ସବୁ ସମୟରେ ଅନବରତ ଇଣ୍ଟରନେଟର ସୁବିଧା ମିଳିବା ନିହାତି କଷ୍ଟ ସାଧ୍ୟ ହୋଇ ପଡୁଛି। ଆଉ ଏ କଥା କୁ ଆମେ ସମସ୍ତେ ନିହାତି ଭାବରେ ହୃଦଙ୍ଗମ କରନ୍ତି। 

ଏହା ପରେ ରହିଯାଉଛି ପରିବାରର ଅର୍ଥନୈତିକ ପରିସ୍ଥିତି କଥା। କାହିଁକି ନା ଯଦି ଆଜିକାର ପରିସ୍ଥିତି ସହ ଖାପ ଖୁଆଇ ଚଳିବାକୁ ହେଲେ ସବୁ ପିତାମାତାଙ୍କ ପାଖରେ ଡେସ୍କଟପ, କମ୍ପୁଟର, ଲାପଟପ୍, ସ୍ମାର୍ଟଫନ ସାଥେ ସାଥେ ତିନି ଚାରି ମାସର ଇଣ୍ଟରନେଟ ପ୍ୟାକେଜ ଓ ଅନବରତ ଇଣ୍ଟରନେଟର ସୁବିଧା ରହିବା ନିହାତି ଜରୁରୀ। ଯାହା ବିନା ଶିକ୍ଷା ତ କଣ ଆଜିକାର କୌଣସି ସୁଯୋଗ ସୁବିଧା ମିଳିବା କଷ୍ଟ ସାଧ୍ୟ। ଆଉ ଯଦି ଘରେ ଏକ ରୁ ଅଧିକ ପିଲାଛୁଆ ଅଛନ୍ତି ତା ହେଲେ ଏହା ନିରୀହ ପିତାମାତାଙ୍କ ପାଇଁ କୌଣସି ଯନ୍ତ୍ରଣା ଠାରୁ କମ୍ ସମସ୍ୟା ନୁହେଁ। ଯାହାଫଳରେ ଉପାୟ ଶୂନ୍ୟ ହୋଇ ପିତାମାତା ତିନି ଚାରିଟା ଛୁଆଁଙ୍କୁ ଗୋଟିଏ ଫୋନ୍ ଟେ ଧରେଇ ଦିଅନ୍ତି। ଆଉ କଣ ହିଁ କରି ପାରିବେ ନିଜ ମାସିକ ଦରମାରେ ଘର ଚଳେଇବେ ନା ଗୋଟେ ଗୋଟେ ପିଲାଙ୍କୁ ଫୋନ୍ ଦେଇ ଭୋକ ଉପାସରେ ରହିବେ। ଆଉ ଏହି ଦାରୁଣ କାହାଣୀ ଆମ ସମସ୍ତଙ୍କ ଘରେ ନିହାତି ଭାବରେ ପ୍ରଚଳିତ।

ଏ ତ ହେଲା କୋଭିଡ-୧୯ ରେ ଆମ ସାଧାରଣ ଜନତାଙ୍କ ଜୀବନ ଜୀବିକା କଥା କିନ୍ତୁ କେବେ ଭାବିଛନ୍ତି କିମ୍ବା ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ସମାଜର ମୁଖ୍ୟ ସ୍ରତରୁ ଦୁରେଇ ରହି ସୁଦୂର ଘନ ଜଙ୍ଗଲ, ପାହାଡ଼ ପର୍ବତ ତଥା ଅପହଞ୍ଚ ଅଞ୍ଚଳରେ ରହି ଆସୁଥିବା ଆମ ଜନଜାତି ଆଦିାସୀ ଭାଈ ଭଉଣୀଙ୍କ କଥା ତଥା ବ୍ୟଥା? ନାହିଁ ନା, କାହିଁକି ନା କୋଭିଡ-୧୯ ରେ ନିଜ ପରିସ୍ଥିତି ଏପରି ଅସମ୍ଭାଳ ହୋଇଯାଇଛି କି ଅନ୍ୟ ମାନଙ୍କ କଥା ବାସ୍ତବରେ ଭାବିବା ତ ଦୂରର କଥା ସ୍ଵପ୍ନ ରେ ବି ଦେଖିବା କଠିନ ପ୍ରାୟ। କିନ୍ତୁ ଆମେ ଆମ ଦ୍ଵାରା ଯେତିକି ସମ୍ଭବ ସେତିକି ଚେଷ୍ଟା କରି  ଫୋନ୍ ତଥା ଅମର କିଛି ନିଷ୍ଠାପର ଯୁବବନ୍ଧୁଙ୍କ ଯୋଗେ ଓଡ଼ିଶା ରେ ବସବାସ କରୁଥିବା ୬୨ ପ୍ରକାର ର ଜନଜାତି ଭାଇ ଓ ଭଉଣୀ ମାନଙ୍କର ପରିସ୍ଥିତି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଥିଲୁ ଏବଂ ଏକ ସର୍ଭେ ମାଧ୍ୟମରେ ସେଠିକାର ଛାତ୍ର ଛାତ୍ରୀଙ୍କ ଉପରେ କୋଭିଡ-୧୯ ଦ୍ଵାରା ପ୍ରଚଳିତ ଅନଲାଇନ୍ ଶିକ୍ଷା କେତେ ପ୍ରଭାବଶାଳୀ ଓ ସେଥିରେ ତାଙ୍କର ଯୋଗଦାନ ବିଷୟରେ।

ଆମେ ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ରେଣୁ, ତୁମଙ୍ଗପଦର୍, ହଚିପାଙ୍କ ଭଳି କିଛି ଗାଁ  ଏବଂ କୋରାପୁଟ, କନ୍ଧମାଳ ଓ ରାୟଡ଼ା ଜିଲ୍ଲାର କିଛି ଅଞ୍ଚଳ କୁ ପହଞ୍ଚି ପାରିଥିଲୁ। ଆଉ ସର୍ଭେ ମାଧ୍ୟମରେ ଆମକୁ ଯାହା କିଛି ତଥ୍ୟ ମିଳି ଥିଲା ସେଥିରୁ ଆମେ ଜାଣିବାକୁ ପାଇଲୁ ଯେ ପ୍ରାୟ ଅଧା ରୁ ବି ଅଧିକ ପିଲାଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ନାହିଁ । ଆଉ ଯାହା ପାଖରେ ଅଛି ତାଙ୍କ ପାଖରେ ମାସିକ ରିଚାର୍ଜ ପାଇଁ ଟଙ୍କା ନାହିଁ ଆଉ ଯଦି ରିଚାର୍ଜ୍ ପାଇଁ ଟଙ୍କା ଅଛି ତେବେ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ନେଟୱର୍କ ହିଁ ନାହିଁ। ଯେତେବେଳେ ସ୍ମାର୍ଟ୍ ଫୋନ୍ ଥିବା ପିଲାଙ୍କର ଏଇ ଅବସ୍ଥା ସେଇଠି ସ୍ମାର୍ଟ ଫୋନ୍ ନ ଥିବା ପିଲାଙ୍କର ଅବସ୍ଥା କଣ ନ ହୋଇ ଥିବ ଏହା ଆପଣ ଭଲ ଭାବରେ ବୁଝିପାରୁ ଥିବେ। ଆଉ ଯେତେବେଳେ ପାଠ ପଢ଼ା ଵିଷୟ ରେ ପରଖା ଗଲା ତ ଏହା ଜାଣିବାକୁ ମିଳିଲା କି ସ୍ମାର୍ଟ୍ ଫୋନ୍ ସାଙ୍ଗ କୁ ନେଟୱର୍କ ନ ହେବା ଯୋଗୁ ପାଠ ପଢା ଜମା ହୋଇ ପାରୁ ନାହିଁ ଆଉ ପିଲାମାନେ ପାଠ ପଢ଼ା ଛାଡ଼ି ପିତାମାତାଙ୍କୁ ଘର କାମ ରେ ସାଥ ଦେଉଛନ୍ତି। ବିଡ଼ମ୍ବନାର ବିଷୟ ତ ଏହା କି କିଛି ପିଲା ଦି ପଇସା ରୋଜଗାର କରିବା ପାଇଁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଯୋଉ ଗାଁ ରେ ନେଟୱର୍କ ନାହିଁ କିନ୍ତୁ ଭାଗ୍ୟବସତ ବିଦ୍ୟୁତ ଶକ୍ତି ମିଳି ପାରୁଛି ସେହି ଅଞ୍ଚଳର ପିଲାମାନେ ସରକାରଙ୍କ ଦ୍ଵାରା ସମବାରରୁ ଶନିବାର ଯାଏ ବିଭିନ୍ନ ବିଦ୍ୟାଳୟର କର୍ତୃପକ୍ଷଙ୍କ ଦ୍ଵାରା ପ୍ରତିଦିନ ଯେଉଁ ସବୁ ଶ୍ରେଣୀ ର ବିଷବସ୍ତୁ ପଢ଼ାଯାଉଛି ଏବଂ ତାକୁ ଟିଭି ରେ ପ୍ରସାରଣ କରା ଯାଉଛି, ସେଥିରୁ ଯାହା ଯେତିକି ପଢ଼ି ପାରିଲେ ସେତକ ପଢୁଛନ୍ତି। କିନ୍ତୁ ଏହି ପ୍ରସାରଣ ଭିତ୍ତିକ ପାଠ ପଢା ବି ସବୁ ଦିନ ହୋଇ ପାରେ ନାହିଁ କାହିଁକି ନା ବିଦ୍ୟୁତଶକ୍ତିର ଅନିୟମିତ ଯୋଗାଣ ବାଧା ସୃଷ୍ଟି କରେ, ଯାହା ଫଳରେ ଆଜି ଆଲୁଅ ତ କାଲି ଅନ୍ଧାର। 

ଏହା ଠାରୁ ବି ଅଧିକ ଚିନ୍ତାଜନକ ବିଶୟ ଥିଲା କି କିଛି ପିଲାମାନେ ନେଟୱର୍କ ର ସନ୍ଧାନରେ ନିଜ ଗାଁର ଅଖପାଖ ରେ ଥିବା ପାହାଡ଼ ପର୍ବତ ମାନଙ୍କର ଚକ୍କର ମାରୁଛନ୍ତୁ ଓ ଯୋଉଠି ନେଟୱର୍କ ମିଳିଲା ସେଇଠି କ୍ଲାସ କରିବା ପାଇଁ ବସି ପଡ଼ୁଛନ୍ତି। କିନ୍ତୁ ଏଠି ମଧ୍ୟ ଖରା ବର୍ଷା ତଥା ପାଗର ଅନିୟମିତତା ସେମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥାଏ। ଯାହାଫଳରେ ତାଙ୍କର ପାଠ ପଢିବାର ଆଶା ଓ ଆକାଂକ୍ଷା ସେଇଠି ମୌଉଳୀ ଯାଉଛି ଆଉ ଉପାୟ ଶୂନ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲି ଯାଉଛନ୍ତି। ଆଉ କେତେ ପ୍ରତିଶତ ଅଧିକ ପିଲା ଏଇ ତିନି ବର୍ଷ ମଧ୍ୟରେ ଗଲେଣି ତାହା ଆପଣ ଭଲ ଭାବରେ ଦେଖି ପାରୁଥିବେ।

 ଆଉ ଏହି ସବୁ ପରିସ୍ଥିତି ବାଦ ବି ଯେଉଁ ମାନେ କିଛି ଟଙ୍କା ପଇସା ଯୋଗାଡ଼ କରି ଗାଁ ଠାରୁ ୫୦-୬୦ କିମି ଦୂରକୁ ଯାଇ ଛୋଟ ବଡ଼ ସହର ନଗର ମାନଙ୍କରେ ଘର ଭଡ଼ା କରି ଅନଲାଇନ୍ କ୍ଲାସ୍ କରିବା ପାଇଁ ଚେଷ୍ଟା କରିଛନ୍ତି ସେମାନେ ମୋଟେ ମାସେ ରୁ ଦି ମାସେ ଯାଏ ସେଇଠି ଚଳି ପାରିଥାନ୍ତି ତା ପରେ ଆଉ ଅଭାବ ଅସୁବିଧାକୁ ସାମ୍ନା କରି ନ ପାରି ଭାଙ୍ଗି ପଡ଼ନ୍ତି। ଆଉ ଏମିତି ହେବା ସ୍ୱଭାବିକ କାହିଁକି ନା ଘରର ଆର୍ଥିକ ଅବସ୍ଥାକୁ ନିଜ ପିଲାମାନଙ୍କଠାରୁ ଲୁଚାଇ ଭାଇ ବନ୍ଧୁଙ୍କ ଠାରୁ ବାକି ଆଣି ବିଚରା ବାପା ମାଆ କେତେ ଦିନ ଯୋଗେଇ ପାରିଥାନ୍ତି। ଯାହାଫଳରେ ଅଭାବ ଅନଟନ ସାଙ୍ଗ କୁ ଏଭଳି ପରିସ୍ଥତିରେ ଅର୍ଥନୌତିକ ବଝ କୌଣସି ହୃଦଘାତଠାରୁ କମ୍ ନୁହେଁ।

ଏହି ସବୁ କୁପରିସ୍ଥିତି ନିରୀହ ଆଦିବାସୀ ପିଲାଙ୍କ ଉଜ୍ଜଳ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ଦେଇଛି। ଆଉ ପାଠ ପଢିବାର ତଥା ଆଗକୁ ବଢ଼ି କିଛି କରିବାର ସେମାନଙ୍କର ଯୋଉ ଇଚ୍ଛା ଆକାଂକ୍ଷା ଥିଲା ତାହା କେବଳ ସ୍ଵପ୍ନ ହୋଇ ରହି ଯାଉଛି। ଯାହା ଆମକୁ ସେହି ଦୁରଭବିଷ୍ୟତର ବାସ୍ତବିକତା କୁ ଅନୁଭବ କରିବାକୁ ବାଧ୍ୟ କରି ଦେଉଛି ଯେ ଆଗାମୀ କେଇ ଦଶନ୍ଧି ପର୍ଯ୍ୟନ୍ତ ମଧ୍ୟ ଆମେ ଆମ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସତ ଚେଷ୍ଟା କରି ପାରୁ ନାହୁଁ। ଯଦି ଆମେ ସତ ଚେଷ୍ଟା କରିଥାନ୍ତେ ତା ହେଲେ ଆଜି ଏ ଭଳି ପରିସ୍ଥିତି ରେ ସେମାନଙ୍କ ଆଗାମୀ ଭବିଷ୍ୟତର ପିଢ଼ିମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ନ ଥାନ୍ତେ। ଯଦି ଆମେ ସମୂହ ସ୍ବାର୍ଥ ପାଇଁ କାମ କରିଥାନ୍ତେ କିମ୍ଵା ସମୂହ ବିକାଶ ଉପରେ ଗୁରୁତ୍ବ ଦେଇ ଥାନ୍ତେ। 

ଆଜି ଦେଶ ସ୍ଵାଧୀନ ହୋଇ ୭୫ ବର୍ଷ ପୂରି ଯାଇଛି ତଥାପି ଆଜି ବି ଆମ ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଖକୁ ସୁଗମ ପଥ ଠାରୁ ଆରମ୍ଭ କରି ବିଦ୍ୟୁତ୍ ଆଦି ସୁବିଧା ମାନ ପହଞ୍ଚି ପାରି ନାହିଁ। ବିକାଶ ନାମ ରେ କିଛି ମୁଷ୍ଟିମେୟ ପୁଞ୍ଜିପତି ଅସାଧୁ ବ୍ୟସାୟୀ, ରାଜନେତା ତଥା ଅମଲା ଅଫିସର୍ ମାନେ ବିଭିନ୍ନ ଉନ୍ନତିକର କାମ ପାଇଁ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ଟଙ୍କା କୁ ହାତେଇ ନିଜ ହାତ ଚିକ୍କଣ କରିବା ହିଁ ସାର ହେଉଛି। ଗାଁ ମାନଙ୍କର ଅବସ୍ଥା ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି l ଫଳସ୍ୱରୂପ ଉନ୍ନତି ଆଡ଼କୁ ଅଗ୍ରସର ହେବା ବଦଳ ରେ ଆମେ ଅବନତି ଆଡ଼କୁ ଅଗ୍ରସର କରୁଛନ୍ତି। ଆଉ ବେଳ ଥାଉ ଥାଉ ଯଦି ଆମେ ଏ କଥା କୁ ହୃଦୟଙ୍ଗମ ନ କରୁ ତା ହେଲେ ଆମ ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଇଁ କାଳ ଆମେ ହିଁ ସାଜୀବା।

ସେ ଯାହା ବି ହେଉ ଯଦି ଆମେ ପ୍ରକୃତ ରେ ପରିବର୍ତ୍ତନ ଚାହୁଁ କିମ୍ୱା ଉନ୍ନତି ଆଡ଼କୁ ଅଗ୍ରସର ହେବାକୁ ଇଛୁକ ତେବେ ଖାଲି ସ୍ୱାର୍ଥପର ହୋଇ ନିଜର ଉନ୍ନତି କଥା ଚିନ୍ତା କଲେ କିଛି ହେବନି। କାହିଁକି ନା ଯଦି ଆପଣ ଖାଲି ନିଜର ଉନ୍ନତି ପାଇଁ ତଥା ସ୍ୱାର୍ଥପର ମୋନଭାବ ନେଇ କାମ କରିବେ ତେବେ ତାହା କେବଳ ଆପଣଙ୍କ ଉନ୍ନତି କୁ ଦର୍ଷେଇବ ଆଉ ଏଇ ସମାଜ ଯୋଉଠି ଆପଣ ବାସ କରୁଛନ୍ତି ତାହା ଠିକ ସେମିତି ଅନୁନ୍ନତ ହୋଇ ରହିଥିବ। ଆଉ ଯେବେ ଆପଣ ଏକ ସର୍ବାଙ୍ଗୀନ ଉନ୍ନତି ପାଇଁ ତଥା ସମୂହ ସ୍ବାର୍ଥ ପାଇଁ କାମ କରିବା କିମ୍ୱା ଚେଷ୍ଟା କରିବା ଆରମ୍ଭ କରିବେ ସେହି ଦିନ ଗାନ୍ଧିଜୀଙ୍କ ରାମରାଜ୍ୟ ଆପେ ଗଢ଼ି ଉଠିବ ଏବଂ ଦେଶର ସବୁ ବର୍ଗର ଲୋକଙ୍କ ଯୋଗଦାନ ଏହି ରାଷ୍ଟ୍ର କୁ ଏକ ଭିନ୍ନ ପରିଚୟ ଦେବ ଆଉ ଆମ ଦେଶ ଏକ ସର୍ବ ସମ୍ପୂର୍ଣ୍ଣ ରାଷ୍ଟ୍ର ରେ ପରିଣତ ହେବ।

———————-

हिंदी सारांश:

COVID-19 के चलते देश की शिक्षा व्यवस्था को जो सदमा पहुंचा है वो हम सब बखुबी जानते हैं। चाहे शिक्षक-शिक्षिकाएं हो या फिर छात्र-छात्राएं हो, हर किसी को इस परिस्थिति से जूझना पड़ रहा है। यहाँ तक की एक बड़ी संख्या में बच्चों को शिक्षा से मुँह मोड़ना पड़ रहा है। वहीं आदिवासी समाज के छात्र-छात्राएं जिनके पास विद्यालय, रास्ता, बिजली से लेकर इंटरनेट जैसी मौलिक सुविधाएं तक पहुंच नहीं है। ये सुविधाओं के अभाव के चलते वे पहले से ही पढ़ाई नहीं कर पाते। बहुत कम लोग होते हैं जो आगे की पढ़ाई कर पाते हैं। परंतु चिंताजनक बात तो ये है कि कोरोना महामारी के चलते प्रचलित ऑनलाइन शिक्षा व्यवस्था ने जो बचे-कुचे लोग थे और आगे पढ़ना चाहते थे, उनको भी आस-पास के राज्यों में मज़दुरी करने जाने पर मजबूर कर दिया है।

फीचर्ड फोटो प्रतीकात्मक है।

Author

  • जितेंद्र माझी / Jitendra Majhi

    जितेंद्र, ओडिशा के गजपति ज़िले से हैं। वर्तमान में वे नेशनल लॉ यूनिवर्सिटी, ओडिशा से कानून की पढ़ाई कर रहे हैं। वो आई.डी.आई.ए (IDIA- Increasing Diversity by Increasing Diversity) स्कॉलर हैं। साथ ही साथ गजपति युवा एसोसिएशन के सदस्य भी हैं। वो किताबें पढ़ना, लिखना, घूमना, गाना और खेलना पसंद करते हैं।

Leave a Reply

Designed with WordPress

Discover more from युवानिया ~ YUVANIYA

Subscribe now to keep reading and get access to the full archive.

Continue reading